Skip to main content

Parliamentary Affairs Department ଓଡ଼ିଶା ସରକାର

ବିଭାଗ ବିଷୟରେ

ଭିତର ବ୍ୟାନର

୧୯୯୦ ମସିହାରେ ଜି.ଏ. ବିଭାଗରୁ ପୃଥକ୍ ହୋଇ ସଂସଦୀୟ କାର୍ଯ୍ୟ ପରିଚାଳନା ପରି ଏକ ସ୍ୱତନ୍ତ୍ର ବିଭାଗ ଜନ୍ମ ନେଲା। ସଂସଦୀୟ କାର୍ଯ୍ୟ ପରିଚାଳନା ଲାଗି ଏକ ସ୍ୱାଧୀନ ବିଭାଗର ଆବଶ୍ୟକତା ବହୁଦିନରୁ ଅନୁଭୂତ ହେଉଥିଲା ଏବଂ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହୋଇଥିବା ‘ହ୍ୱିପ୍’ ମାନଙ୍କର ସର୍ବଭାରତୀୟ ସମ୍ମିଳନୀରେ ବିଭିନ୍ନ ସମୟରେ ସଂସଦୀୟ କାର୍ଯ୍ୟ ପରିଚାଳନା ଲାଗି ଏକ ସ୍ୱତନ୍ତ୍ର ବିଭାଗ କେନ୍ଦ୍ରରେ ଥିବା ସଂସଦୀୟ କାର୍ଯ୍ୟ ପରିଚାଳନା ବିଭାଗ ଅନୁରୂପରେ ଗଠନ କରିବାକୁ ଅନୁମୋଦନ କରିଆସୁଥିଲେ।

ଏଥି ପୂର୍ବରୁ ଆଇନ ପ୍ରଣୟନ ସମ୍ବନ୍ଧୀୟ ସମସ୍ତ ବିଷୟ ତଥା ‘କ୍ୟାବିନେଟ୍’ ସଂକ୍ରାନ୍ତୀୟ ସକଳ ତଥ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପରିଚାଳିତ ହେଉଥିଲା। ଏହା ଜଣେ ଜଏଣ୍ଟ ସେକ୍ରେଟାରୀ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବା ସହିତ ଜଣେ ଉପବିଭାଗୀୟ ସେକ୍ରଟାରୀଙ୍କ ଦ୍ୱାରା ସହଯୋଗ ପ୍ରାପ୍ତ ହେଉଥିଲା। ସମ୍ଭବତଃ ଆଇନ ପ୍ରଣୟନ ଏବଂ କ୍ୟାବିନେଟ ସଂକ୍ରାନ୍ତୀୟ ସମସ୍ତ ବିଷୟପ୍ରତି ପୂର୍ଣ୍ଣ ଧ୍ୟାନ ଦେବାକୁ ସମ୍ଭବପର ହେଉ ନଥିଲା। ଫଳତଃ, କ୍ୟାବିନେଟର ସମସ୍ତ ସିଦ୍ଧାନ୍ତ ଏବଂ ବ୍ୟବସ୍ଥାପକ ସଭାର ସମସ୍ତ କାର୍ଯ୍ୟ ସଠିକ ଭାବରେ ପରିଚାଳିତ ହୋଇ ପାରୁନଥିଲା ଏବଂ ସରକାରଙ୍କର ଅନ୍ୟ ବିଭାଗମାନଙ୍କ ସହିତ ଉପଯୁକ୍ତ ସହଯୋଗ ସ୍ଥାପିତ ହୋଇପାରୁନଥିଲା। ତଦନୁଯାୟୀ ସରକାର ସଂଦଦୀୟ ବ୍ୟାପାର ପରିଚାଳନା ନାମକ ଏକ ସ୍ୱତନ୍ତ୍ର ବିଭାଗ ସରକାରଙ୍କର ଜି.ଏ. ବିଭାଗର ସିଦ୍ଧାନ୍ତ ନଂ. ୫୫୩୫୧(ଇ) ଜେନ, ତା ୧୩.୩.୧୯୯୦ରିଖ ମାଧ୍ୟମରେ ପ୍ରବର୍ତ୍ତନ କଲେ।